
ଭୁବନେଶ୍ଵର, ୨୮/୦୩ : ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ମେଘନାଦ ପ୍ରାଚୀର ପାଖକୁ ଲାଗି ଖୋଳାଯାଇଥିବା ବଡ଼ ବଡ଼ ଗର୍ତ୍ତ ଗୁଡ଼ିକୁ ପୋତିବାକୁ ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସୁର ରାଉତରାୟ କହିଛନ୍ତି ଯେ, ମେଘନାଦ ପାଚେରୀ ନିକଟରେ ଖୋଳାଯାଇଥିବା ଗାତ ଦ୍ୱାରା ମନ୍ଦିର ଭୁଶୁଡ଼ି ପଡିବ ପାଚେରୀ ଗଳି ପଡିବ । ମନ୍ଦିର ଚତୁଃପାର୍ଶ୍ଵର ବିକାଶ କେମିତି ହେବ ସେ ନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ ।ମନ୍ଦିର ଚତୁଃପାର୍ଶ୍ଵର ବିକାଶ କେମିତି ହେବ ସେନେଇ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ସରକାର ଆଲୋଚନା କରନ୍ତୁ। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରଯାଉ। ଗଜପତି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏଥିରେ ରଖାଯାଉ। ମନ୍ଦିର କିପରି ମଜବୁତ୍ ରହିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ। ଗର୍ତ୍ତ ଖୋଳାକୁ ତୁରନ୍ତ ବନ୍ଦ କରାଯାଇ ତାକୁ ପୋତା ଯାଉ। ଏ ଶୂନ୍ୟକାଳରେ ଏହି ଦାବି କରିଛନ୍ତି କଂଗ୍ରେସ ବିଧାୟକ। freeslots dinogame telegram营销