ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭୋର ୫ଟାରେ ଉଠିଲା ମହାଦୀପ

ଚାନ୍ଦବାଲି ୦୨।୦୩ : ପବିତ୍ର ମହାଶିବରାତ୍ରିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି । ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଥିଲା। ଭୋର ୪ଟା ୩୦ ମିନିଟ୍ ସମୟରେ କନିକାର ପାଟରାଣୀ ମୃଣାଳିନୀ ଦେବୀ ପରମ୍ପରା ଅନୁଯାୟୀ ପହିଲି ଘର୍ଷଣ ଭୋଗ ଠାକୁରଙ୍କୁ ଅର୍ପଣ କରିଥିଲେ। ବଡ଼ପଣ୍ଡାଙ୍କ କନିକା ରାଜ ପରିବାରର ପରମ୍ପରା ଅନୁଯାୟୀ ପହିଲି ଘର୍ଷଣ ଭୋଗ କରିବା ସହିତ ମଙ୍ଗଳ ଆଳତୀ କରିଥିଲେ। ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିବା ପରେ କନିକାରାଣୀ ମଣିବାବାଙ୍କ ଆଶୀର୍ବାଦ କାମନା କରିଥିଲେ। ମନ୍ଦିର ବେଢ଼ା ପରିକ୍ରମା କରି ପୂଜାର୍ଚ୍ଚନା କରିଥିଲେ।ପରେ ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି କରାଯିବା ପରେ ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା କରାଯାଇଥିଲା। ଭକ୍ତମାନେ ଶୃଙ୍ଖଳାର ସହ ବ୍ୟାରିକେଡରେ ଯାଇ ସାଧାରଣଭକ୍ତ ଦର୍ଶନ କରିଥିଲେ।   ମହାଶିବରାତ୍ରି ନୀତି ନିମନ୍ତେ ସନ୍ଧ୍ୟାରୁ ରାତ୍ର ୧୨ଟା ଯାଏଁ ୪ର୍ଥ ପ୍ରହର ଅଭିଷେକ ପୂଜା କରାଯାଇଥିଲା। ଏଥିପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ  ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।  ମଙ୍ଗଲବାର ରାତ୍ରତମାମ ବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ ।ସେବାୟତଙ୍କ ପକ୍ଷରୁ ୪୦ କେଜି  ଘିଅର ନିର୍ମିତ ମହାଦୀପ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ମଣିବାବାଙ୍କ ପାଖରେ ଉତ୍ସର୍ଗିତ ହୋଇଥିଲା । ଏହାପରେ ଘଣ୍ଟାକିର୍ତ୍ତନ ଓ ଭକ୍ତଙ୍କ ଗହଳିରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା। freeslots dinogame telegram营销

-Advertisement-
-Advertisement-