ଆଜି ବନ୍ଦ ରହିବ ଶିମିଳିପାଳ

କରଞ୍ଜିଆ, ୪/୨ : ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ବନ୍ଦ ରହିବ ଶିମିଳିପାଳ। ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସାଇକିରନ ଡି.ଏନ୍।

Exit mobile version