
ନୂଆଦିଲ୍ଲୀ,୨୧/୪ : ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ହାତ ମିଳାଇଛି କଂଗ୍ରେସ । କୁହାଯାଉଛି ପ୍ରଶାନ୍ତ କିଶୋର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଅନେକ ବଡ ନେତାଙ୍କ ସହ ବୈଠକ ମଧ୍ୟ କଲେଣି। ପ୍ରଶାନ୍ତ କିଶୋର ଶନିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ, ପ୍ରିୟଙ୍କା ଓ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାବେଳେ ସେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରି ସୋନିଆଙ୍କୁ ଦେଇଥିଲାବେଳେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରେ ଯୋଗଦେବା ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରାଯାଇଛି। ଏହି ବୈଠକ ପରେ ପ୍ରଶାନ୍ତଙ୍କ କଂଗ୍ରେସରେ ଯୋଗଦାନ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସୂଚନାନୁଯାୟୀ, ପ୍ରଶାନ୍ତ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସକୁ ୪୦୦ ଆସନ ଜିତିବା ଲକ୍ଷ୍ୟ ନେଇ ଆଗେଇବାକୁ ପଡ଼ିବ ବୋଲି କହିଛନ୍ତି। ଦଳରେ ରହିଥିବା ଦୁର୍ବଳତା ଉପରେ ସେ ଆଲୋକପାତ କରିବା ସହ ସ୍ଥିତିରେ ଉନ୍ନତି ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କ’ଣ କରିବାକୁ ହେବ ତାହାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଶେଷଆଡ଼କୁ ଗୁଜରାତ ବିଧାନସଭା ନିର୍ବାଚନ ଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ନ ଦେଇ ପ୍ରଶାନ୍ତ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଓ ଏ ନେଇ ଉଭୟ ପକ୍ଷ ଏକ ବୁଝାମଣାରେ ଉପନୀତ ହୋଇଥିବା ଏବେ ସ୍ପଷ୍ଟ ହୋଇଛି। କଂଗ୍ରେସ ପାଇଁ କାମ କରିବା ପ୍ରତିଦାନରେ ସେ କିଛି ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଶନିବାର ସୋନିଆଙ୍କ ବାସଭବନରେ ଅନୁଷ୍ଠିତ କଂଗ୍ରେସ ପୁନରୁତ୍ଥାନ ବୈଠକରେ ବେଣୁଗୋପାଳ, ମଲ୍ଲିକାର୍ଜୁନ ଖଡଗେ, ଅମ୍ବିକା ସୋନି, ଅଜୟ ମାକେନ୍ ପ୍ରମୁଖ ଉପସ୍ଥିତ ଥିଲେ। freeslots dinogame telegram营销