ପୁରୀରେ ପହଞ୍ଚିଲେ ମୁଖ୍ୟ ସଚିବ ଓ ଡିଜିପି

ପୁରୀ, ୪।୪ ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା ପରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ ବଂଶଲ ପୁରୀରେ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ରୋଷ ଘରକୁ ମୁଖ୍ୟ ଶାସନ ସଚିବ ଓ ଡିଜିପି ଯାଇ ଅନୁଧ୍ୟାନ  କରିଛନ୍ତି। ଏଥିସହ  ଅଚଳ ଥିବା ସମସ୍ତ ସିସିଟିଭି ସଚଳ କରିବାକୁ ନିର୍ଦେଶ ଦେଇଛନ୍ତି। ଆଗକୁ ଏହି ସୁରକ୍ଷା ବ୍ୟବସ୍ଥା ଓଡିଶା ପୋଲିସର ରହିବ ବୋଲି ସୂଚନା ଦେଇଛନ୍ତି। ରାତିରେ କେହି ଦୁର୍ବୃତ୍ତ ଭାଙ୍ଗିଛନ୍ତି ଚୁଲି। ସବୁ ସିସିଟିଭି ଫୁଟେଜର ହେବ ଯାଞ୍ଚ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ରୋଷଘର ଚୁଲି ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦  ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି।

-Advertisement-

  freeslots dinogame telegram营销

-Advertisement-