
ନୂଆଦିଲ୍ଲୀ,୦୨/୦୩: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନ ରାଜଧାନୀ କିଭ ନିକଟତର ହେବାରେ ଲାଗିଛନ୍ତି ରୁଷ ସେନା । ଖାରକିଭରେ ଠୁଳ ହେଉଛନ୍ତି ରୁଷିଆ ସେନା । ଖାରକିଭରେ ରୁଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି । ଖାରକିଭରେ ହସ୍ପିଟାଲ ଉପରକୁ ରୁଷିଆ ସେନା ଆକ୍ରମଣ କରିଛି । ଏୟାରଷ୍ଟ୍ରାଇକ ହୋଇଥିବା ଖାରକିଭ ସହରର ପହଞ୍ଚିସାରିଛନ୍ତି ରୁଷର ଲ୍ୟାଣ୍ଡିଂ ଫୋର୍ସ । ସେଠାରେ ରୁଷ ସୈନିକ ଓ ୟୁକ୍ରେନ ଯୁଦ୍ଧବିମାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଖାରକିଭରେ ମିସାଇଲ ମାଡ଼ କରିଚାଲିଛି ରୁଷ ।ଗୋଟାଏ ଦିନ ବୋମା ବିସ୍ଫୋରଣ ହେବା ପରେ ଆଜି ପୂର୍ବାଞ୍ଚଳ ୟୁକ୍ରେନୀୟ ନଗରୀ ଖାର୍କିଭ୍ରେ ରୁଷ୍ ଲଢୁଆ ବିମାନରୁ ପାରାସୁଟ୍ ଯୋଗେ ଅବତରଣ କରିଥିବା ରୁଷୀୟ ସୈନିକମାନେ ଗୋଟାଏ ସ୍ଥାନୀୟ ଡାକ୍ତରଖାନାରେ ଆକ୍ରମଣ କରିଛନ୍ତି। ଖାରକିଭରେ ହସ୍ପିଟାଲ ଉପରକୁ ରୁଷିଆ ସେନା ଆକ୍ରମଣ କରିଛନ୍ତି । ମିସାଇଲ ମାଡ଼ରେ ୟୁକ୍ରେନ ମିଲିଟାରୀ ହସ୍ପିଟାଲ ଧ୍ୱଂସ ହୋଇଥିବା ସୂଚନା ମିଳିଛି । ଯୁଦ୍ଧ ମଧ୍ୟରେ ୭ ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି । freeslots dinogame telegram营销