
ଇସଲାମବାଦ,୨୨/୪: ଗାଦିଚ୍ୟୁତ ହେବା ପରେ ଏବେ ଇମ୍ରାନ ଖାନ୍ଙ୍କୁ ଭାରତର ସବୁ ଭଲ ଲାଗୁଛି। ଏଠାକାର ଲୋକ ଓ ବିଦେଶୀ ନୀତିରେ ଇମ୍ରାନ ଫ୍ୟାନ୍ ହୋଇଯାଇଛନ୍ତି। କାରଣ ସେ କଥା କଥା କେ ବିରୋଧୀ ଓ ପାକିସ୍ତାନ ଲୋକଙ୍କୁ ଭାରତର ଉଦାହରଣ ଦେଉଛନ୍ତି। ଯାହା ଆମ ଦେଶ ପାଇଁ ଖୁସି ଖବର ନିଶ୍ଚିତ ପକ୍ଷେ। ଇମ୍ରାନ ଖାନ ଏବେ ନୂଆ ସରକାର ବିରୋଧରେ ଓ ପାକିସ୍ତାନ ସେନା ବିରୋଧରେ ବିଷ ଓଗାଳିବାରେ ଲାଗି ପଡ଼ିଛନ୍ତି। ଲାହୋରର ଏକ ରାଲିରେ ସମ୍ବୋଧନ କରି ଇମ୍ରାନ ଖାନ ଦେଶରେ ତୁରନ୍ତ ନିର୍ବାଚନ କରାଇବାକୁ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଯଦି ସରକାର ନିର୍ବାଚନ ନ କରାନ୍ତି ତେବେ ତାଙ୍କ ଦଳର ସମର୍ଥକମାନେ ତାଙ୍କୁ ପୁଣିଥରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ଙ୍କୁ ଗାଦିଚ୍ୟୁତ କରିଦେବେ ବୋଲି ଇମ୍ରାନ ଖାନ କହିଛନ୍ତି। ଏହି ରାଲିରେ ସେ ପାକିସ୍ତାନ ମିଲିଟାରୀ ଏଷ୍ଟାବ୍ଲିସମେଣ୍ଟ ପରୋକ୍ଷରେ ନିନ୍ଦା କରିଛନ୍ତି। ସରକାରଙ୍କୁ ନିର୍ବାଚନ କରାଇବା ପାଇଁ ସମୟ ଦେଇଥିବା ବେଳେ ତାଙ୍କୁ ଗାଦିଚ୍ୟୁତ କରି ଯେଉଁ ଭୁଲ କରି ନିର୍ବାଚନ ଦ୍ୱାରା ସୁଧାରିବା ହେବ ବୋଲି ଇମ୍ରାନ କହିଛନ୍ତି। ମଙ୍ଗଳବାର ରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ କାନ୍ ଲାହୋରର ମାଇନର-ଇ ପାକିସ୍ତାନରେ ଆୟୋଜିତ ଏକ ରାଲିରେ ପିଟିଆଇ କର୍ମୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ଭାରତକୁ ପ୍ରଶଂସା କରି କହିଥିଲେ ଯେ ଭାରତର ବିଦେଶ ନୀତି ତା ଲୋକମାନଙ୍କ ପାଇଁ ହେଲେ ଆମର ବିଦେଶ ନୀତି ଅନ୍ୟ ଅନ୍ୟଲୋକମାନଙ୍କ ପାଇଁ କାହିଁକି ହେବ ବୋଲି ଇମ୍ରାନ କହିଛନ୍ତି। ଏବଂ ଏହି ସମୟରେ ସେନାକୁ ଟାର୍ଗେଟ କରି ଇମ୍ରାନ କହିଛନ୍ତି ଯେ ଯେଉଁମାନେ ମୋ ସରକାରଙ୍କୁ ଗାଦିଚ୍ୟୁତ କରିଛନ୍ତି ସେମାନେ ତୁରନ୍ତ ଏହାକୁ ନିର୍ବାଚନ କରାଇ ଏହାକୁ ସୁଧାରନ୍ତୁ ବୋଲି ଇମ୍ରାନ କହିଛନ୍ତି। freeslots dinogame telegram营销