
ନ୍ୟୁୟର୍କ,୬।୨: ଆମେରିକାର ନ୍ୟୁୟର୍କ ସ୍ଥିତ ମ୍ୟାନହେଟନରେ ଶନିବାର କିଛି ଅସାମାଜିକ ବ୍ୟକ୍ତି ମହାତ୍ମା ଗାନ୍ଧୀଙ୍କ କାଂସ୍ୟ ପ୍ରତୀମା ଭାଙ୍ଗିଛନ୍ତି। ଏହି ଘଟଣାକୁ ନେଇ ଭାରତୀୟ ବାଣିଜ୍ୟିକ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଅନ୍ୟପଟେ ଭାରତୀୟ-ଆମେରିକୀୟ ସମୁଦାୟ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁୟର୍କରେ ଭାରତର ବାଣିଜ୍ୟିକ ଦୂତାବାସ କହିଛି, ଏହି ଘଟଣା ଶନିବାର ଭୋର ସକାଳେ ଘଟିଛି। କିଛି ଅସାମାଜିକ ବ୍ୟକ୍ତି ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ କଡା ଶବ୍ଦରେ ଏହାର ନିନ୍ଦା କରିଛି। freeslots dinogame telegram营销
-Advertisement-
-Advertisement-