ନବରଙ୍ଗପୁର ଏବଂ ପୀରମାଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସପାଳିତ ହେଲା

 ନବରଙ୍ଗପୁର , ୮।୩:-ଡାବୁଗାଁ ବ୍ଲକ ଅନ୍ତର୍ଗତ କସ୍ତୁରବା ବାଳିକା ବିଦ୍ୟାଳୟ, କୋଇଲାରୀ ଠାରେ ସ୍ପ୍ରେଡ଼ ନବରଙ୍ଗପୁର ଏବଂ ପୀରମାଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ କରା ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ସ୍ପ୍ରେଡ ନବରଙ୍ଗପୁର ର ପ୍ରୋଗ୍ରାମ ମ୍ୟାନେଜେର ନିରାକାର ବେହେରା, ଡାବୁଗାଁ ବ୍ଲକ ସଂଯୋଜକ ଭବାନୀ ଶଙ୍କର ମଲ୍ଲିକ, ପୀରମଲ ଫାଉଣ୍ଡେସନ ପକ୍ଷ ରୁ ଶୁଭସ୍ମିତା ସୂତ୍ରଧର ଏବଂ ସୁହାସିନୀ ଖିଲାର ଯୋଗଦାନ କରିଥିଲେ।ମହିଳା ଦିବସ ଅବସରରେ ପିଲାମାନଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ ଚେୟାର ଏବଂ ନାଚ ପ୍ରତିଯୋଗିତା କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ଶେଷରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ. ସୁଭାଶିଷ ସାହୁ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ପଣ୍ଡା ଯୋଗଦାନ କରି ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ସମସ୍ତ କୃତି ଛାତ୍ରୀ ମାନଙ୍କୁ ଏବଂ କୋଭିଡ ଟୀକାକରଣ ରେ ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦି ମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ସ୍ପ୍ରେଡ଼ ତରଫରୁ ବିଭୁତି ଭୂଷଣ ସାହୁ, ଡମ୍ବରୁ ମାଝୀ, ଅରବିନ୍ଦ ନାୟକ, ସୁକୁରାମ ମାଝୀ, ପବିତ୍ରା ଜାନି, କଲମ ଭତ୍ରା ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ। freeslots dinogame telegram营销

-Advertisement-
-Advertisement-