
ନୂଆଦିଲ୍ଲୀ: ସାରା ଦେଶ ବେକାରୀ ସମସ୍ୟା ସହ ଯୁଝୁଥିଲାବେଳେ ନୀତି ଆୟୋଗର ଉପସଭାପତିଙ୍କ ଏକ ବକ୍ତବ୍ୟ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଆୟୋଗର ଉପସଭାପତି ସମଗ୍ର ଦେଶର ଉଚ୍ଚ ଶିକ୍ଷା ବିଶେଷକରି ବୃତିଗତ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ବୃହତ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ସମଗ୍ର ଦେଶର ପ୍ରାୟ ୫୦% ବୈଷୟିକ ଶିକ୍ଷାର୍ଥୀ କୌଣସି ପ୍ରକାର ନିଯୁକ୍ତି ପାଇଁ ଯୋଗ୍ୟ ନୁହେଁ ବୋଲି ଏକ ଆକଳନରୁ ଜଣାଯାଇଛି। ଗୁରୁତ୍ବପୂର୍ଣ କଥା ଏହିକି ଯେ ବର୍ତ୍ତମାନ ଦେଶରେ ୪୮% ଇଞ୍ଜିନିୟରିଂ ଓ ୪୫% ମ୍ୟାନେଜମେଣ୍ଟ ଛାତ୍ର ଛାତ୍ରୀ କୌଣସି ନିଯୁକ୍ତି ନ ପାଇ ବେକାର ହୋଇ ବସି ରହିଛନ୍ତି। freeslots dinogame telegram营销
-Advertisement-
-Advertisement-