ଦେଶରେ କୋଭିଡ ଟିକାକରଣ ଅଭିଯାନ ବ୍ୟାପକ କରାଯିବା ଦ୍ୱାରା ତାହା ଅଭିବୃଦ୍ଧି ପାଇଁ ସହାୟକ

ନୂଆଦିଲ୍ଲୀ,୧/୨ : ଲୋକସଭାରେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ଚିନ୍ତାର କାରଣ ହୋଇଛି। ତେବେ ଦେଶର ବୃହତ ଅର୍ଥନୈତିକ ସ୍ଥିରତା ସୂଚକଗୁଡିକୁ ଆକଳନ କରିବାପରେ ଏଥିରେ କୁହାଯାଇଛି ଯେ ୨୦୨୨-୨୩ରେ ଯେକୌଣସି ଆହ୍ୱାନମୂଳକ ପରିସ୍ଥିତିର ସାମନା କରିବାକୁ ଭାରତୀୟ ଅର୍ଥନୀତି ଉତ୍ତମ ସ୍ଥିତିରେ ରହିଛି। ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ରୁ ୭୫ ଡଲାର ମଧ୍ୟରେ ରହିବା, ମୌସୁମୀ ସ୍ୱାଭାବିକ ହେବା ଏବଂ ଆଉ କୌଣସି ବଡ ଧରଣର ମହାମାରୀଜନିତ ବ୍ୟାଘାତ ପରିସ୍ଥିତି ସୃଷ୍ଟି ନହେବା ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଗତବର୍ଷ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୧-୨୨ ଆର୍ଥିକ ବର୍ଷ (ଚଳିତ ଆର୍ଥିକ ବର୍ଷ)ରେ ଜିଡିପି ଅଭିବୃଦ୍ଧି ରେକର୍ଡ ୧୧% ହେବାନେଇ ଆକଳନ କରାଯାଇଥିଲା। ତାହା ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୩% ସ୍ତରରେ ରହିଥିଲା। ଋିପୋର୍ଟରେ କୁହାଯାଇଛି, ଦେଶରେ କୋଭିଡ ଟିକାକରଣ ଅଭିଯାନ ବ୍ୟାପକ କରାଯିବା ଦ୍ୱାରା ତାହା ଅଭିବୃଦ୍ଧି ପାଇଁ ସହାୟକ ହେବ ଏବଂ ତାହାସହିତ ଯୋଗାଣ କ୍ଷେତ୍ରରେ ସଂସ୍କାର ଏବଂ କଟକଣା କୋହଳ କରାଯିବା, ରପ୍ତାନ୍ତି କ୍ଷେତ୍ରରେ ଦମଦାର ଅଭିବୃଦ୍ଧି ଏବଂ ମୂଳଧନ ବ୍ୟୟ ବୃଦ୍ଧି ପାଇଁ ବିତ୍ତୀୟ ସୁବିଧା ସୁଯୋଗର ଉପଲବ୍ଧତା ଭଳି ବିଷୟ ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସହାୟକ ହେବ ନେଇ ଆଶା ପ୍ରକଟ କରାଯାଇଛି। freeslots dinogame telegram营销

-Advertisement-
-Advertisement-