ଦୁଇ ମାସ ମଧ୍ୟରେ ସ୍କୁଲ ଖୋଲ: ହାଇକୋର୍ଟ

କଟକ,୨/୨ : ଦୁଇ ମାସ ମଧ୍ୟରେ ସ୍କୁଲ ଖୋଲିବାକୁ ଆଜି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କୋଭିଡ କଟକଣାରେ ସ୍କୁଲ ଖୋଲିବାକୁ ହାଇକୋର୍ଟରେ ଆବେଦନ ମାମଲାରେ ଆବେଦନ ଆଧାରରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନା ମହାମାରୀ ପାଇଁ କଟକଣା ମଧ୍ୟରେ ବିିଭିନ୍ନ ଅନୁଷ୍ଠାନ, ଦୋକାନ ବଜାର ଖୋଲା ଯାଇଥିଲା। ଏହାସହ କଟକଣା ମଧ୍ୟରେ ଷଷ୍ଠ ରୁ ଦଶମ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଖୋଲାଯାଇଥିଲା। ମାତ୍ର ପୁନଃ କରୋନା ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ବିଦ୍ୟାଳୟ,ମହାବିଦ୍ୟାଳୟ ପୁଣି ବନ୍ଦ କରାଯାଇଥିଲା। freeslots dinogame telegram营销

-Advertisement-
-Advertisement-