ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ସମୀକ୍ଷା

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାର କରୋନା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୁଧବାରଦିନ ଏହି ମର୍ମରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଗସ୍ତ କରି ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟର ଜ୍ଜର ଚିକିତ୍ସା କେନ୍ଦ୍ର, ବହିଃବିଭାଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପ ଡେସ୍କ, କୋଭିଡ କଲ ସେଣ୍ଟର ଗସ୍ତକରି ଉପଲବ୍ଧ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । କଲ ସେଣ୍ଟରର ଫିଡବ୍ୟାକ ସମୀକ୍ଷା କରିଥିଲେ । ଗୃହରେ ସଂଘରୋଧ ଭାବେ ରହୁଥିବା କରୋନା ସଂକ୍ରମିତ ମାନଙ୍କୁ ଯୋଗାଯୋଗ କରି ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିବାକୁ ଜିଲ୍ଲାପାଳ କଲ ସେଣ୍ଟରର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ଶ୍ରୀ ବର୍ମା ସଂକ୍ରମିତ ରୋଗ ଚିକିତ୍ସାଳୟ ଗସ୍ତ କରି ଡାକ୍ତର, ସହାୟକ କର୍ମୀ ମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ଶଯ୍ୟା, ଅକ୍ସିଜେନ ସିଲିଣ୍ତର ମହଜୁଦ ଏବଂ ଆଇସିୟୁ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ସଂକ୍ରାମକ ରୋଗ ଚିକିତ୍ସାଳୟ ମେଡିକାଲ ଅଧିକାରୀ ଡଃ ଉତ୍ପଳ ନନ୍ଦୀ, ଡିପିଏମ ଟି. ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version