ଗୋପରେ ସାଟେଲାଇଟ୍‌ ମାଧ୍ୟମରେ ପେଟ୍ରୋଲ ଓ ଗ୍ୟାସର ସନ୍ଧାନ

ଗୋପ,୨୬/୦୩:ଗୋପରେ ସାଟେଲାଇଟ୍‌ ମାଧ୍ୟମରେ ପେଟ୍ରୋଲ ଓ ଗ୍ୟାସର ସନ୍ଧାନ |ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗୋପ ତହସିଲ ଅଧୀନ ଦୁଇଟି ମୌଜାରେ ପେଟ୍ରୋଲ ଓ ଗ୍ୟାସ ସନ୍ଧାନ ହୋଇଥିବା ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହ କମ୍ପାନୀ ପକ୍ଷରୁ ଏକ ସାଟେଲାଇଟ୍‌ ଚିତ୍ର ମଧ୍ୟ ଜାରି କରାଯାଇଥିଲା । ଶୁକ୍ରବାର ଗୋପ ପଞ୍ଚାୟତର କୁଶୁପୁର ମୌଜା ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ମୌଜାରେ ଅଏଲ ଇଣ୍ଡିଆ କମ୍ପାନୀର ଚିଫ୍‌ ଜେନେରାଲ ମ୍ୟାନେଜର ବିରଞ୍ଚି ନାରାୟଣ ସାହୁ ଓ ଡେପୁଟି ଜେନେରାଲ ମ୍ୟାନେଜର ଏମ୍‌ଏ ବ୍ରୋଦଲରଙ୍କ ସମେତ ୫ ଜଣିଆ ଟିମ୍‌ ପହଞ୍ଚି ୨ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି । ବୋରିଂ ହେବାକୁ ଥିବା ୮ ଏକର ଜମିର ମାଲିକାନା ଦସ୍ତାବିଜ୍‌ ସରକାରଙ୍କଠାରୁ ଆଣି ୨ ସରପଞ୍ଚଙ୍କୁ ଦେଇଛନ୍ତି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟ ଚାଲିବ ବୋଲି ଅଏଲ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଜମି ମାଲିକଙ୍କ ସହିତ ଆଲୋଚନା କରାଯାଇ ପ୍ରଥମେ ୩ ବର୍ଷ ପାଇଁ ଚୁକ୍ତିପତ୍ର କରାଯିବ ଓ ବୋରିଂ କାର୍ଯ୍ୟ କରାଯିବ ।  ଓଡ଼ିଶା ଉପକୂଳବର୍ତ୍ତୀ ୫ଟି ବ୍ଲକ ରାଜ୍ୟର ୮ଟି ଜିଲ୍ଲା ତଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା ।ସେଥିରେ ଓଡ଼ିଶାର ୫ ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳରୁ ୨ ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିଛି ।ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତ କୁସୁପୁର ମୌଜାରେ ସ୍ୟାଟେଲାଇଟ ମ୍ୟାପ ସାହାଯ୍ୟରେ ୮ଏକର ଜାଗା ଚିହ୍ନଟ କରାଯିବା ସହ ମହଲପଡା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ଏକର ଜମି ଚିହ୍ନଟ କରାଯାଇ ଥିବା ଜଣାପଡିଛି । freeslots dinogame telegram营销

-Advertisement-
-Advertisement-