ଗଜପତି ମହାରାଜାଙ୍କ ଝିଅ ଦେବେଶୀଙ୍କ ହାତ ଧରିଲେ ବର୍ଦ୍ଧମାନର ରାଜକୁମାର

ପୁରୀ,୧୦/୦୨:ରାଜକୀୟ ପରମ୍ପରାରେ ସମ୍ପନ୍ନ ହେଲା ଗଜପତି ମହାରାଜାଙ୍କ ଝିଅ ଦେବେଶୀଙ୍କ ବିବାହ କାର୍ଯ୍ୟ। ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜାକୁମାରୀ ଦେବେଶୀ। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ଦେବେଶୀଙ୍କ ବିବାହ  । ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ବିଧିମତେ   ସମ୍ପନ୍ନ ହୋଇଛି ପୁରୀ ଗଜପତି ଝିଅଙ୍କ ବାହାଘର । ସନ୍ଧ୍ୟା ସାଢ଼େ ୭ଟାରେ ବରଯାତ୍ରୀ ହୋଟେଲ ପରିସରରେ ପହଞ୍ଚିଥିଲେ । ରାତି ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ ରାଜକୁମାରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ରାଜଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ଆୟୁଷ୍ମତୀ ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି । ଆଦିତ୍ୟ ହେଉଛନ୍ତି ବର୍ଦ୍ଧମାନର ରାଜକୁମାର ତଥା ହରିୟାଣାର ଗୁରୁଗାଓଁ ନିବାସୀ ରାଜୀବ କେହେର୍‌ଙ୍କ ସୁପୁତ୍ର । ପଶ୍ଚିମବଙ୍ଗର ବର୍ଦ୍ଧମାନର ମୂଳ ନିବାସୀ ଆଦିତ୍ୟଙ୍କ ପରିବାର ବର୍ତ୍ତମାନ ହରିୟାଣାର ଗୁରୁଗାଓଁରେ ରହୁଛନ୍ତି । ଯୋଡ଼ି ଶଙ୍ଖ, ମହୁରୀ, ପୁରୀ ନାଗା, ମେଢ, ସିଂହବାଦ୍ୟର ତାଳେ ତାଳେ ରୋଶଣି କରି ବର ବେଶରେ ଆସିଥିଲେ ରାଜକୁମାର ଆଦିତ୍ୟ।   କୋଭିଡ୍ କଟକଣା ପାଇଁ ବିଶେଷ ଧୁମ୍‌ଧାମରେ ବିବାହ ହୋଇ ପାରି ନ ଥିଲା। ତେଣୁ ସ୍ଵଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ବିବାହ   ସମ୍ପନ୍ନ ହୋଇଛି। ଉକ୍ତ ବିବାହରେ ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ, ପାଟଣାଗଡ଼ ରାଜା କନକ ବର୍ଦ୍ଧନ ସିହଦେଓ, ଆଳି ରାଜା ପ୍ରତାପ ଦେବ, କଳାହାଣ୍ଡି ରାଜା ଅର୍କେଶ ଦେଓ, ଦେବଗଡ ବାମଣ୍ଡା ରାଜା ନୀତୀଶ ଗଙ୍ଗଦେବ ଏବଂ ଖଣ୍ଡପଡା ରାଜା ସିଦ୍ଧାର୍ଥ ଶେଖର ମର୍ଦ୍ଦରାଜ ଯୋଗ ଦେଇଥିଲେ।ସେହିପରି ଶ୍ରୀନଅରରେ ମଧ୍ୟ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ବରିଷ୍ଠ ସେବାୟତ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲା।  ରାଜାଘର ବାହାଘର ପାଇଁ ସହରର ଏହି ଷ୍ଟାର୍‌ ହୋଟେଲଟି ସୁନ୍ଦର ଭାବେ ସଜେଇ ହୋଇଥିଲା । ବହୁ ଗାଡ଼ି ସହ ବିଭିନ୍ନ ରାଜକୀୟ ପରିବାର ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଚଳଚଞ୍ଚଳ ହୋଇ ଉଠିଥିଲା ପରିବେଶ । ହୋଟେଲ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବରଯାତ୍ରୀ ବାହାରିବାଠୁ ବିବାହ ପର୍ଯ୍ୟନ୍ତ ସବୁକିଛି ରାଜକୀୟ ପରମ୍ପରାରେ ହୋଇଥିଲା । କରୋନା କଟକଣା ମଧ୍ୟରେ ଦୁଲଦୁଲି ବଜାଇ ଏକ ଖୋଲା କାର୍‌ରେ ରାଜକୁମାର ବାହାରି ଶୋଭାଯାତ୍ରାରେ ବିବାହ ମଣ୍ଡପରେ ପହଞ୍ଚିଥିଲେ । ବିବାହ ପୂର୍ବରୁ ହଳଦୀ, ମେହେନ୍ଦୀ, ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଭୋଜିରେ ଓଡ଼ିଆ ଖାଦ୍ୟ ପରଷାଯିବା ସାଙ୍ଗକୁ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା । ରାତିରେ ଭୁବନେଶ୍ୱରରେ ବିବାହ ସମ୍ପନ୍ନ ହୋଇଥିଲା ।

-Advertisement-

freeslots dinogame telegram营销

14642010 1143952335674277 1334188486577596277 n e1644404345595
-Advertisement-