
ନୂଆଦିଲ୍ଳୀ ୧୭।୦୩ : ପୋଲାଣ୍ଡର କାରୋଲିନା ବିଲାୱସ୍କା ମିସ୍ ୱାର୍ଲ୍ଡ ୨୦୨୧ର ମୁକୁଟ ପିନ୍ଧିଛନ୍ତି। ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡର କୋକାକୋଲା ମ୍ୟୁଜିକ୍ ହଲରେ କରୋନେସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତା କରୋଲିନା ବିଲାୱସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସାଇନି ଏବଂ ଦ୍ୱିତୀୟ ରନରଅପ୍ ଅଲିଭିଆ ୟେସ୍ ହୋଇଥିଲେ। ସାଇନି ହେଉଛନ୍ତି ଭାରତୀୟ ମୂଳ ଆମେରିକୀୟ ନାଗରିକ।ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ପରେ ମିସ୍ ଓ୍ବାଲର୍ଡ ଉପରେ ଭାରତର ନଜର ଥିଲା। କିନ୍ତୁ ଏହି ସ୍ବପ୍ନ ଭାଙ୍ଗିଗଲା ଯେତେବେଳେ ଭାରତର ପ୍ରତିନିଧିତ୍ୱ କରୁଥିବା ମନସା ବାରାଣସୀ ଟପ୍ ୬ରେ ସ୍ଥାନ ନେଇ ପାରି ନ ଥିଲେ। ମିସ୍ ଓ୍ବାଲର୍ଡ ୨୦୨୧ ଟାଇଟଲ ଜିତିଥିବା ପୋଲାଣ୍ଡର କରୋଲିନା ବର୍ତ୍ତମାନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ କରୋଲିନା ଟେନିସ୍ ,ବ୍ୟାଡମିଣ୍ଟନ୍ ଖେଳିବା ସହିତ ସୁଇମିଂ ଏବଂ ସ୍କୁବା ଡାଇଭିଂ କରିବାକୁ ମଧ୍ୟ ଭଲ ପାଆନ୍ତି। freeslots dinogame telegram营销