ଋଷ ଓ ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପ‌ରେ ୨୦୩ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ ,୨୫।୦୨ :  ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ବିବାଦ ବଢ଼ି ଚାଲିଛି। ଫଳରେ ଏବେ ହିଂସାର ମାତ୍ରା ଅଧିକ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଠାରୁ ମିଲିଟାରୀ ଆକ୍ସନ୍ ନିର୍ଦ୍ଦେଶ ମିଳିବା ପରେ ୟୁକ୍ରେନ ଉପରେ ଅହରହ ମିସାଇଲ୍ ବର୍ଷା ହେଉଛି । ଫଳରେ ସାଧାରଣ ନାଗରିକଙ୍କ ସମସ୍ୟା ଏବେ କହିଲେ ନସରେ । ୟୁକ୍ରେନରେ ବର୍ତ୍ତମାନ ଅନିଶ୍ଚିତତାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଭିତରେ ୧ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ତିନି ପଟରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି ରୁଷ ।ୟୁକ୍ରେନ୍‌ର ରାଷ୍ଟ୍ରପତି କହିଛନ୍ତି ଯେ, ରୁଷିଆର ଆକ୍ରମଣରେ ନିଜ ଦେଶର ୧୩୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି।   ଶୁକ୍ରବାର ୟୁକ୍ରେନ ରାଜଦାନୀ କିଭରେ ମିସାଇଲ ମାଡ କରିଛି ଋଷ ।ଏହାସହ ଋଷର ଦୁଇଟି ଏୟାରକ୍ରାଫ୍ଟକୁ ୟୁକ୍ରେନ ଆକ୍ରମଣ କରି ଖସାଇ ଦେଇଥିବା ଦାବି କରୁଛି ।ଗୁରୁବାର ସକାଳେ ରୁଷ ରାଷ୍ଟ୍ରପତି ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ବାୟୁସେନା ଓ ନୌସେନା ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ ହୋଇଛି। ସ୍ଥଳ ସେନା ମଧ୍ୟ ବିଭିନ୍ନ ଦିଗରୁ ୟୁକ୍ରେନରେ ପଶି ଅନେକ ଅଞ୍ଚଳ ନିଜ ଦଖଲକୁ ନେଇଯାଛନ୍ତି। ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ରାଜଧାନୀ କିବ୍ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସୂଚନା ଅନୁଯାୟୀ ୧୨ ଘଣ୍ଟା ଭିତରେ ରୁଷ ୨୦୩ ଥର କ୍ଷେପଣାସ୍ତ୍ର ମାଡ଼ କଲାଣି। ଏଥି‌େର ବିଶେଷ କରି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ଏବେ ସୁଦ୍ଧା ୟୁକ୍ରେନର ୭୪ଟି ସାମରିକ ପ୍ରତିଷ୍ଠାନ ଧ୍ୱସ୍ତ ହୋଇଗଲାଣି। ୧୧ଟି ବିମାନବନ୍ଦର ମଧ୍ୟ କ୍ଷେପଣାସ୍ତ୍ର ମାଡ଼ରେ ମାଟିରେ ମିଶି ଯାଇଛି। ୧୮ଟି ରାଡାର ଷ୍ଟେସନ ଏବଂ କ୍ଷେପଣାସ୍ତ୍ର ବିରୋଧୀ ସିଷ୍ଟମକୁ ମଧ୍ୟ ଧ୍ବଂସ କରିଦେଇଛି ରୁଷ। ଆକ୍ରମଣରେ ଶତାଧିକ ଲୋକ ନିହତ ହୋଇଛନ୍ତି। ଏଥିରେ ୟୁକ୍ରେନର ୪୦ ଜଣ ସୈନିକ ଅଛନ୍ତି।ରାଜଧାନୀ କିବ୍‌ରେ କ୍ଷେପଣାସ୍ତ୍ର ଆକ୍ରମଣ ହେବାପରେ ବାସିନ୍ଦାମାନେ ଅତ୍ୟନ୍ତ ଭୟଭୀତ ହୋଇ ମେ‌‌ଟ୍ରୋ ଷ୍ଟେସନ୍‌ରେ ଆଶ୍ରୟ ନେଇଛନ୍ତି । ଲକ୍ଷାଧିକ ଲୋକ କିବ୍‌ ଛାଡ଼ି ବାହାର ଅଞ୍ଚଳକୁ ପଳାଇଛନ୍ତି। ଆଗକୁ ପରିସ୍ଥିତି କଣ ହେବ ସେନେଇ କୌଣସି ନିଶ୍ଚିତତା ନଥିବାରୁ ଲୋକମାନେ ଜରୁରୀକାଳୀନ ସାମଗ୍ରୀ ଆଦି ଦୋକାନ ଗୁଡ଼ିକରୁ କିଣି ନେଉଛନ୍ତି । କିଛି ଦୋକାନରୁ ଜିନିଷ ବି ଗାୟବ୍ ହେଉଥିବା ଦେଖିବାକୁ ମିଳିଛି । ସପିଂ ମଲ୍, ଗ୍ରୋସରୀେ ମେଡିସିନ ଦୋକାନ ଆଗରେ ଲୋକଙ୍କ ଲମ୍ବା ଭିଡ଼ ଲାଗିଛି । ଅନେକ ଦୋକାନରୁ ଖାନ୍ୟ ଜିନିଷ ଗାୟବ୍ ହୋଇଯାଉଛି ।  freeslots dinogame telegram营销

-Advertisement-
-Advertisement-