
କାକାଟପୁର, ୬/୨: ଇଣ୍ଡିଆ ବୁ୍କ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି କାକଟପୁରର ପଞ୍ଚମ ଶ୍ରେଣୀର ଛାତ୍ର ଷ୍ଟାଲିଲିନ୍ ଦାସ । ସାଧାରଣ ଜ୍ଞାନ ଓ ବୈଷୟିକ ବିଜ୍ଞାନରେ ମାତ୍ର ୫୨ ସେକେଣ୍ଡରେ ପ୍ରଶ୍ନର ଉତ୍ତର ପ୍ରଦାନ କରି ରେକର୍ଡ଼ ସୃଷ୍ଟି କରିଛନ୍ତି । ଇଣ୍ଡିଆ ବୁ୍କ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବା ପରେ ଶିକ୍ଷା ବିକାଶ ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କାକଟପୁରସ୍ଥିତ କେବିଇଏମ୍ କିଡ଼ିସ୍ ବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ୍ ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ, ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ମନ୍ଦରଧର ମହାନ୍ତି, ଶିକ୍ଷାବିତ୍ ପ୍ରମୋଦ କୁମାର ପୃଷ୍ଟି, ଭ୍ରମରବର ସାହୁ ଏବଂ କେବିଇଏମ୍ କିଡ଼ିସ୍ର ସଭାପତି ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଷ୍ଟାଲିଲିନ୍ଙ୍କ ପ୍ରତିଭାଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଛାତ୍ର ଶ୍ରୀଦାସଙ୍କୁ ଉପଢ଼ୈକନ, ମାନପତ୍ର ଓ ପୁଷ୍ଫଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଷ୍ଟାଲିଲିନ୍ ହେଉଛନ୍ତି କାକଟପୁର ଥାନା ଅନ୍ତର୍ଗତ ବାଜପୁର ଗ୍ରାମର ମନୋରଞ୍ଜନ ଦାସ ଏବଂ ସ୍ୱାଗତିକା ଦାସଙ୍କ ଏକ ମାତ୍ର ପୁତ୍ର । ସେ କଟକ ଜିଲ୍ଲା ନିଆଳି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀର ପାଠ ପଢ଼ୁଛନ୍ତି । freeslots dinogame telegram营销