
ନୂଆଦିଲ୍ଲୀ,୧୯।୨: ବରିଷ୍ଠ ସାମ୍ୱାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ନ୍ୟାସନାଲ ବ୍ୟୁର ହେଡ୍ ରବିଶ ତିୱାରୀଙ୍କ ପରଲୋକ ହୋଇଛି । ଜାତୀୟ ବ୍ୟୁରୋ ଚିଫ୍ ରବିଶ ତିୱରୀଙ୍କ ଶନିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ରବିଶଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଯେ ‘ରବିଶ ତିୱାରୀଙ୍କ ପାଇଁ ସାମ୍ୱାଦିକତା ପେଶା ଥିଲା। ଆକର୍ଷଣୀୟ ବ୍ୟବସାୟକୁ ଛାଡି ସେ ଏହାକୁ ବାଛିଥିଲେ। ତାଙ୍କ ପାଖରେ ରିପୋର୍ଟିଂ ଏବଂ ତୀକ୍ଷ୍ନ ସମାଲୋଚନାର ଅତୁଳନୀୟ ପ୍ରତିଭା ଥିଲା । ତାଙ୍କର ବିୟୋଗରେ ମିଡିଆ ଜଗତ ଏକ ଭିନ୍ନ ସ୍ୱରକୁ ହରାଇଛି’ ।ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ବିଧାତା ରବିଶ ତିୱାରୀଙ୍କୁ ଆମଠାରୁ ଶୀଘ୍ର ଛଡାଇ ନେଲେ । ମିଡିଆ ଜଗତରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ଶେଷ ହୋଇଛି । ତାଙ୍କ ରିପୋଟିଂ ପଢିବା ଏବଂ ସମୟ-ସମୟରେ ତାଙ୍କ ସହ ହୋଇଥିବା ଆଲୋଚନାରେ ମଜା ଆସୁଥିଲା । ତାଙ୍କ ସ୍ୱଭାବ ଅତ୍ୟନ୍ତ ନମ୍ର ଥିଲା। ତାଙ୍କର ବନ୍ଧୁ ଏବଂ ପରିଜନ ପ୍ରତି ସମବେଦନା । ଓ ଶାନ୍ତ !’ freeslots dinogame telegram营销