
ସୁନ୍ଦରଗଡ଼, ୨୩/୦୪:ଆର୍ଟିଓ ଚେକିଂରେ ଧରାପଡିଲା ବରଯାତ୍ରୀ ବସ୍। ବରଯାତ୍ରୀ ନେଇ ଫେରୁଥିବା ବସ ଉପରେ ଲାଗିଲା ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ୍ । ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ବେଳେ ଘରୋଇ ବସ୍ ଉପରେ ଲାଗିଛି ଜୋରିମାନା । ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ଆଦି ନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି ।ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ ଲାଗିଛି । ସଦର ଥାନା କରମଡିହି ନିକଟରେ ଚେକିଂ ବେଳେ ଫାଇନ ଆଦାୟ ହୋଇଛି । ଏହା ସହ ବସକୁ ଅଟକ ରଖାଯାଇଛି ।ସୁନ୍ଦରଗଡ ପରିବହନ ବିଭାଗ ଇନ୍ସପେକଟର ( ଟ୍ରାଫିକ ) ଜିତେନ୍ଦ୍ର କୁମାର ମୁର୍ମୁ ତାଙ୍କ ଟିମ୍ ସହିତ ସଦର ଥାନା କରମଡିହି ନିକଟରେ ଯାଞ୍ଚ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଝାରଖଣ୍ଡ କୁର୍ଡେଗକୁ ବରଯାତ୍ରୀ ଯାଇ ବଣାଇ ଫେରୁଥିବା ବେଳେ କ୍ରୀଷ୍ଣାଜୀ ନାମକ ଯାତ୍ରୀବାହି ବସ (ଓଡି ୨୮ ଏ ୨୫୨୬) କୁ ଅଟକାଇଥିଲା ଆରଟିଓ। ଯାଞ୍ଚ କଲା ବେଳକୁ ବସର ଇନ୍ସୁରାନ୍ସ, ଫିଟ୍ନେସ୍, ପଲ୍ୟୁସନ୍ ଓ ଟ୍ୟାକ୍ସ ଭଳି କିଛି ବି କାଗଜ ପତ୍ର ନଥିବା ବେଳେ ଗାଡ଼ିଟି ଅଫ୍-ରୋଡ଼ ନଥିବା ଜଣାପଡିଥିଲା । ଯାହା ପାଇଁ ୩ ଲକ୍ଷ ୭୦ ହଜାର ୬୭୨ ଟଙ୍କା ଫାଇନ କରିବା ସହ ଗାଡ଼ିଟି ଜବତ କରାଯାଇଛି । freeslots dinogame telegram营销