
ଭୁବନେଶ୍ୱର,୩୦/୪ : କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ଶାସନ ଅମ୍ରପଲ୍ଲୀ ରିସର୍ଟ୍ସରେ ସଇଁନ୍ଦା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷୟତ୍ରୀ ସଂଘମିତ୍ରା ପାଢ଼ୀଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ଭାବେ ଭାରତୀୟ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ସମ୍ମାନ ପାଇଁ ଯୋଗ୍ୟା ସଂଘମିତ୍ରା ତାଙ୍କର ନିରବଛିନ୍ନ ଭାବେ ଶିକ୍ଷାଦାନ ଏବଂ କର୍ତ୍ତବ୍ୟନିଷ୍ଠତା ପାଇଁ ଭାରତୀୟ ସାମ୍ବାଦିକ ସଂଘକୁ ଅନୁପ୍ରାଣିତ କରିଥିଲା। କାର୍ଯ୍ୟ କ୍ଷେତ୍ରରେ ଅନ୍ୟ ସହକର୍ମୀଙ୍କ ସହ ଉତ୍ତମ ବ୍ୟବହାର ସହ ଶିକ୍ଷାରତ ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବା ପ୍ରୟାସ ହିଁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ସମ୍ମାନୀତ ହେବାକୁ ସୁଯୋଗ ସୃଷ୍ଟି କରିଛି। ଦୁଇ ହଜାର ଛଅ ମସିହାରେ ସରକାରଙ୍କ ଚୁକ୍ତିଭିତ୍ତିକ ଯୋଜନାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରି, ସୋଳ୍ପ ସମୟ ମଧ୍ୟରେ ଜଣେ ଆଦର୍ଶ ଶିକ୍ଷୟିତ୍ରୀର ପରିଚୟ ସୃଷ୍ଟି କରିବା, ତାଙ୍କର ସରଳ,ଆମାଇକ ଏବଂ ଅତ୍ୟନ୍ତ ନିରାଡ଼ମ୍ବର ସ୍ୱଭାବ ପାଇଁ ସମ୍ଭବ ହେଇପାରିଛି। ଆଜିର ସମ୍ମାନ ଭାରତୀୟ ସାମ୍ବାଦିକ ସଙ୍ଘର ସଭାପତି କେ. ବି. ପଣ୍ଡିତ ଠାରୁ ଗ୍ରହଣ କରିବା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ବୋଲି ସଂଘମିତ୍ରା ଭାବବିହ୍ୱଳ ଭାବେ ପ୍ରକାଶ କରିଛନ୍ତି। ମଞ୍ଚରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ସଭାପତି ସୁଜ୍ଞାନୀ ଚୌଧୁରୀ, କଟକ ଜିଲା ସଭାପତି ଲଳିତ କୁମାର ଦାଶ,ଦୈନିକ ଖବର କାଗଜ ସମାଜର ମୁଖ୍ୟ ପ୍ରଭାତ ଆଚାର୍ଯ୍ୟ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। freeslots dinogame telegram营销