
ପୁରୀ,୦୧/୦୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ପହଞ୍ଚିଛି ଉଚ୍ଚସ୍ତରୀୟ ଟିମ୍ । ଟିମରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ପ୍ରକଳ୍ପ ଅନ୍ତଭୁକ୍ତ କ’ଣ କ’ଣ ନିର୍ମାଣ ଚାଲିଛି, ସେନେଇ ଅନୁଧ୍ୟାନ କରିବ ଟିମ୍ ।ହାଇକୋର୍ଟଙ୍କ ଆଦେଶ ମୁତାବକ ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ (କୋଲକାତା) ଦିଲ୍ଲୀପ ଖମାରୀ , ପ୍ରତ୍ନତତ୍ତ୍ୱବିଭାଗର ଅଧୀକ୍ଷକ ଅରୁଣ ମଳ୍ଲିକ ଓ ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ପରଖିବେ । ସେମାନଙ୍କ ସହ ଓବିସିସି ଅଧୀକ୍ଷଣ ଯନ୍ତ୍ରୀ ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବେ । ଏଥିପାଇଁ ଏଏସ୍ଆଇ ଟିମ୍ ପୁରୀରେ ପହଞ୍ଚିଛି। ପୂର୍ବାହ୍ନ ୧୧ଟା ବେଳେ ତାଙ୍କ ସହ ଏଏସ୍ଆଇର ବିଶେଷଜ୍ଞମାନେ ପରିଦର୍ଶନରେ ଆସି ରିପୋର୍ଟ ପାଇଁ ଆବଶ୍ୟକ ତଥ୍ୟ ଯୋଗାଡ଼ କରିବାରେ ସହଯୋଗ କରିବେ।ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ । ଏହାପରେ ମଇ ୭ରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବ । ମଇ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା । ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ନିବେଦନ କରିଥିଲେ । ତେଣୁ ମଇ ୯କୁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ମଇ ୭ରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । freeslots dinogame telegram营销