
ପୁରୀ , ୦୫/୦୪: ଆଜି ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କୁ ଏହି ପରମ୍ପରା ଶହ ଶହ ବର୍ଷ ପୁରୁଣା। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଏହି ଦେବ ନୀତି ଅନୁଷ୍ଠିତ ହେବ। ଦକ୍ଷିଣ ଘରେ ବିରାଜିତ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ନଗର ପରିକ୍ରମାରେ ବାହାରନ୍ତି। ବିମାନବଡୁ ସେବକମାନେ ଏକ ପଟୁଆରରେ ଠାକୁରଙ୍କୁ ବିମାନରେ ନେଇ ଚାରି ଆଶ୍ରମରେ ବିଜେ କରାଇବେ। ପ୍ରଥମେ ମାର୍କଣ୍ଡତୀର୍ଥୀସ୍ଥିତ ମାର୍କଣ୍ହ ଋଷିଙ୍କ ଆଶ୍ରମକୁ ବିଜେ ହୋଇ ପରେ ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା ଆଶ୍ରମ, ବାଲିସାହିସ୍ଥିତ ଭୃଗୁ ଆଶ୍ରମ ହୋଇ ଶେଷରେ ହରଚଣ୍ଡୀସାହିସ୍ଥିତ ପଣ୍ଡୁ ଆଶ୍ରମରେ ଠାକୁର ବିଜେ ହୋଇଥାନ୍ତି। ଆଶ୍ରମରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଏ। ଏହାପରେ ଶ୍ରୀମନ୍ଦିର ବାହୁଡିଥାନ୍ତି ଚଳନ୍ତି ପ୍ରତିମା। ଆଜି ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ । ପ୍ରଥମେ ମାର୍କଣ୍ଡତୀର୍ଥସ୍ଥିତ ମାର୍କଣ୍ଡ ଋଷିଙ୍କ ଆଶ୍ରମକୁ ବିଜେ ହୋଇ ପରେ ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା ଆଶ୍ରମ, ବାଲିସାହିସ୍ଥିତ ଭୃଗୁ ଆଶ୍ରମ ହୋଇ ଶେଷରେ ହରଚଣ୍ଡୀସାହିସ୍ଥିତ ପଣ୍ଡୁ ଆଶ୍ରମରେ ଠାକୁରେ ବିଜେ ହୋଇଥାନ୍ତି । ଆଶ୍ରମରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଏ । ଏହାପରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି ଠାକୁରେ । ଶ୍ରଦ୍ଧାଳୁଙ୍କୁ ମହାମାରୀ କବଳରୁ ରକ୍ଷା କରିବାକୁ ନୃସିଂହ ମହାପ୍ରଭୁ ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି ବୋଲି ବିଶ୍ୱାସ ରହିଛି । freeslots dinogame telegram营销