ଆଜି ପବିତ୍ର ଶ୍ରୀରାମ ନବମୀ: ରାମ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର,୧୦/୦୪: ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମ । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ । ପ୍ରଭୁ ଶ୍ରୀରାମଙ୍କୁ ବାଲ୍ୟରୂପରେ ଦେଖିବାର ସୁଯୋଗ ପାଇବେ ଭକ୍ତ  । ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିର ଆଲୋକମାଳାରେ ଝଲସୁଛି   । ରବିବାର ଭୋର୍‌ ୪ଟାରୁ ଚଳଚଞ୍ଚଳ ହୋଇପଡ଼ିବ ମନ୍ଦିର ଓ ମଠ। ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବ।  ଭୋର୍‌ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି ।  ରାଜଧାନୀର ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ ।  ଭୋର ୫ଟା ୪୫ରେ ମଙ୍ଗଳ ଆଳତୀ କରାଯାଇଛି । ସକାଳ ୭ଟାରେ ପ୍ରଭୁଙ୍କ ଶୃଙ୍ଗାର ଆଳତୀ ନୀତି ଅନୁଷ୍ଠିତ ହୋଇଛି । ରାମଚରିତ ମାନସ ନବାହ୍ନ ପାରାୟଣର ୧୦ଟାରେ ଉଦ୍‌ଯାପିତ ହେବ । ଦିନ ୧୦ଟାରେ ହୋମଯଜ୍ଞ ଅନୁଷ୍ଠିତ ହେବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତୀ କରାଯାଇ ସାଢ଼େ ୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବ । ପୁଣି ୪ଟାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବେ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ କରାଯିବ । ଆଉ ରାତି ୯ଟାରେ ପୁଣି ଭୋଗ ଆଳତୀ କରାଯିବ । ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଦିନରେ ମନ୍ଦିରରେ ଭଜନ, କୀର୍ତ୍ତନ ଜାରି ରହିବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାରିକେଡ୍‌ ଦ୍ୱାରା ଲୋକଙ୍କୁ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ଯିବ । ମନ୍ଦିର ପରିସରେ ସିସିଟିଭି ଲାଗିଛି । ଏହାଛଡ଼ା ମନ୍ଦିର ଟ୍ରଷ୍ଟର ୩୦ଜଣ ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମୀ ଓ ପୁଲିସ ଫୋର୍ସ ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରିବାକୁ ଜଗିବେ ।ଶ୍ରୀରାମଙ୍କ ଆବାହନ ପାଇଁ ସିଆର୍‌ପିସ୍ଥିତ ଇସ୍କନ୍‌ ମନ୍ଦିର ବି ସଜେଇ ହୋଇଛି। ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆରତି ତଥା ଅଭିଷେକ କରାଯିବ। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଭାବେ ଫଳ ଓ ସିଝା ପରିବା ତିଆରି ‘ଅନୁକଳ୍ପ ପ୍ରସାଦ’ ବଣ୍ଟନ କରାଯିବ ବୋଲି ମନ୍ଦିର ଅଧିକାରୀ ରାଧାକାନ୍ତ କହିଛନ୍ତି। ସଂଧ୍ୟାରେ ଭଜନ କୀର୍ତ୍ତନ ସହ ରାତି ସାଢ଼େ ୧୦ଟା ଯାଏ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ସେହିପରି ସହରର ଅନ୍ୟ ସମସ୍ତ ମଠ, ମନ୍ଦିର ବିଶେଷକରି ୧ନମ୍ବର ହାଟସ୍ଥିତ ଶ୍ରୀରାମ ମନ୍ଦିର, ୯ତାଲା ପଛ ପାର୍ଶ୍ୱରେ ଥିବା ଶ୍ରୀରାମ ମନ୍ଦିର, ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନି ନିକଟସ୍ଥ ଶ୍ରୀରାମ ମନ୍ଦିର ସମେତ ବହୁ ମନ୍ଦିରରେ ପ୍ରଭୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ସଂକୀର୍ତନ ଓ ରାମଚରିତ ମାନସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। freeslots dinogame telegram营销

-Advertisement-
Ram mandir Lighting for Ram navami
-Advertisement-