
ନୂଆଦିଲ୍ଲୀ ୦୧/୦୪ : ଆଜି ୮୬ ତମ ଜନ୍ମ ଦିବସ ପାଳନ କରୁଛି ଓଡ଼ିଶା । ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ,ରାଷ୍ଟ୍ରପତି ଓ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ । ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଭେଚ୍ଛା ସହ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ, କହିଲେ- ଦେଶର ପ୍ରଗତିରେ ଓଡ଼ିଆ ଲୋକଙ୍କ ଯୋଗଦାନ ଉଲ୍ଲେଖନୀୟ, ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ ବୋଲି ଲେଖି ମୋଦୀ ଟ୍ୱିଟ କରିଥିଲେ । ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଲେଖିଥିଲେ ଓଡ଼ିଶା ମାଟିରେ ଜଗନ୍ନାଥ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ଭରି ରହିଛି ସାରା ବିଶ୍ବକୁ ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ଦେଉଛି ଓଡ଼ିଶା । ଏପରି ଲେଖିବା ସହିତ ଓଡ଼ିଶା ବାସୀଙ୍କୁ ଉକ୍ରଳ ଦିବସ ଶୁଭକାମନା ଜଣାଇଥିଲେ କୋବିନ୍ଦ ।ପବିତ୍ର ଉତ୍କଳ ଦିବସର ମହାନ ଅବସରରେ ଆମେ ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ହିସାବରେ ମାତୃଭୂମିର, ଆମ ବୀର କଳିଙ୍ଗ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ଉନ୍ନତି କରିବା ପାଇଁ ବଦ୍ଧ ପରିକର ହେବା ବୋଲି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ଓଡ଼ିଶାର ଜନସାଧାରଣଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କର ଅଦମ୍ୟ ତ୍ୟାଗ, ଉତ୍ସାହ ଏବଂ ପ୍ରଚେଷ୍ଟା ଆମ ରାଜ୍ୟକୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଆଜିର ଦିନରେ ଭାଷା ଭିତିରେ ଆମ ଓଡ଼ିଶାକୁ ମିଳିଥିଲା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା । ତେଣୁ ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କର ଏକ ସ୍ମରଣୀୟ ଦିବସ । freeslots dinogame telegram营销
