ଆଜିଠୁ ରାଜ୍ୟରେ କାଳବୈଶାଖୀ ସକ୍ରିୟ

image source: Unsplash

ଭୁବନେଶ୍ୱର ୦୧/୦୫: ଆଜିଠୁ ରାଜ୍ୟରେ ସକ୍ରିୟ ହେବ କାଳବୈଶାଖୀ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ଆଗାମୀ ୪ ତାରିଖରେ ଘୁର୍ଣ୍ଣିବଳୟ ହେବ। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବିଜୁଳି ଘଡଘଡି ଏବଂ ପବନ ୪୦ ରୁ ୫୦ କିମି ବେଗରେ ସମ୍ଭାବନା ପାଇଁ କିଛି ଜିଲ୍ଲାକୁ ଚେତାବନୀ ଦିଆଯାଇଛି।  କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୫ ତାରିଖବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ରେ ଅବପାତ ଓ ୭ରେ ବାତ୍ୟା ରୂପ ନେଇପାରେ । ୮ ତାରିଖବେଳକୁ ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ)ରେ ପରିଣତ ହୋଇପାରେ । ପବନର ବେଗ ୧୨୦ କିଲୋମିଟର ଛୁଇଁବା ଆଶଙ୍କାର ରହିଛି । ଏହା ଉତ୍ତର-ପଶ୍ଚିମଦିଗରେ ୬ ତାରିଖ ପରେ ଗତି କଲେ ଓଡ଼ିଶାକୁ ମୁହାଁଇବା ସମ୍ଭାବନା ରହିଛି । ଅନୁମାନ କରାଯାଉଛି, ପାରାଦୀପରୁ ଶ୍ରୀକାକୁଲମ ବା ଶ୍ରୀକାକୁଲମରୁ ମଛଲିପଟ୍ଟନମ ଭିତରେ ଏହା ସ୍ଥଳଭାଗ ଛୁଇଁପାରେ। ୮ ତାରିଖ ସନ୍ଧ୍ୟା ପରେ ଉପକୂଳରେ ବର୍ଷା ଆରମ୍ଭ ହେବ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୩୬ ଘଣ୍ଟା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ବା ସଂଲଗ୍ନ ଅଞ୍ଚଳରେ ଛୁଇଁଲେ, ଉଭୟ ପବନ ଓ ବର୍ଷା ହେବ ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version