ଆଜିଠାରୁ ତୁର୍କୀରେ ରୁଷ-ୟୁକ୍ରେନ୍‌ ଆଲୋଚନା

ନୂଆଦିଲ୍ଲୀ ୨୮/୦୩ :  ୟୁକ୍ରେନ ରୁଷ୍‌ ଯୁଦ୍ଧ   ୩୨ ଦିନରେ ପହଞ୍ଚିଛି   ।   ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶ ଅନେକ ଥର କଥାବାର୍ତ୍ତା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ ।  ।   ଖୁବ୍ ଶୀଘ୍ର ତୁର୍କୀରେ ଶାନ୍ତି ଆଲୋଚନା କରିପାରନ୍ତି ଏହି ଦୁଇ ଦେଶ । ଏହି ସପ୍ତାହରେ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ।ମାର୍ଚ୍ଚ ୨୮ରୁ ୩୦ ମଧ୍ୟରେ ଏହି ବୈଠକ ହେବାର ସମ୍ଭାବନା ଅଛି । ୟୁକ୍ରେନ ରାଜନେତା ଡେଭିଡ ଆରକାମିଆ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଯଦିଓ, ଉଭୟ ପକ୍ଷ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରସଙ୍ଗ ଉପରେ ସହମତି ହୋଇ ନାହିଁ । ପରବର୍ତ୍ତୀ ଶାନ୍ତି ଆଲୋଚନା ତୁର୍କୀରେ ଅନୁଷ୍ଠିତ ହେବ ବୋଲି ଋଷର ବୁଝାମଣାକାରୀ ଭ୍ଲାଡିମିର୍ ମେଡିନ୍ସକି ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଆଲୋଚନା  ଆଜିଠାରୁ ଆରମ୍ଭ ହୋଇ ବୁଧବାରରେ ଶେଷ ହେବ । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ୍ କହିଛନ୍ତି ଯେ ଦୁଇ ଦେଶ ୬ଟି ପଏଣ୍ଟରୁ ବୁଝାମଣା କରିଛନ୍ତି । ଆଜି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ୩୩ ତମ ଦିନ ଏବଂ ୟୁକ୍ରେନ ସହର ଉପରେ ଋଷର କଟକଣା ଜାରି ରହିଛି ।ରୁଷ୍‍ ସରକାର ୟୁକ୍ରେନ୍‍କୁ ଦୁଇଭାଗରେ ବିଭାଜିତ କରିବାକୁ ଚାହୁଛନ୍ତି। ଉତ୍ତର ଓ ଦକ୍ଷିଣ କୋରିଆ କ୍ଷେତ୍ରରେ ଯେଉଁଭଳି ହୋଇଛି, ୟୁକ୍ରେନ୍‍ରେ ସେଭଳି କରିବାକୁ ରୁଷ୍‍ ଯୋଜନା କରିଛି ବୋଲି ୟୁକ୍ରେନ୍‍ର ସାମରିକ ଗୋଇନ୍ଦା ମୁଖ୍ୟ କହିଛନ୍ତି। କିନ୍ତୁ ୟୁକ୍ରେନ୍‍ ସୈନ୍ୟ ଏହା କରିବାକୁ ଦେବେନାହିଁ ଏବଂ ସମ୍ପୂର୍ଣ୍ଣ ଭାବରେ ଗରିଲା ଯୁଦ୍ଧ ଜାରି ରଖିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି। freeslots dinogame telegram营销

-Advertisement-
-Advertisement-