ଆଚାର୍ଯ୍ୟ ହରିହରଙ୍କ ୧୪୩ତମ ଜୟନ୍ତୀ ପାଳିତ

ପୁରୀ- ତା. ୨୭.୦୨.୨୦୨୨: ପୁଣାତ୍ମା ଆଚାର୍ଯ୍ୟ ହରିହରଙ୍କ ଜିଲ୍ଲାସ୍ତରୀୟ ୧୪୩ତମ ଜୟନ୍ତୀ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ଆନୂକୁଲ୍ୟରେ ମିଳିତ ଭାବେ ପାଳିତ ହୋଇଛି । ପ୍ରାରମ୍ଭରେ ଆଚାର୍ଯ୍ୟ ହରିହରଛକ ସ୍ଥିତ ହରିହର ଏବଂ ଗାନ୍ଧୀସ୍ମୃତିପୀଠସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

IMG 20220227 WA0000

ଏହାପରେ ଗାନ୍ଧୀସ୍ମୃତିପୀଠରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ସଭାପତି ଶ୍ରୀ ଉମାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭାରେ ଅନୁଷ୍ଠିତ ହୋଇଛି I ଆଚାର୍ଯ୍ୟ ହରିହରଙ୍କ ବାଣୀ, ସେବା ଓ ତ୍ୟାଗ ଉତ୍ତର ପିଢି ନିମନ୍ତେ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ । ହରିହରଙ୍କ ସରଳ ଜୀବନ ଯାପନ ଓ ଜୀବନାଦର୍ଶ ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।

https://ପୁରୀ.ଭାରତ/wp-content/uploads/2022/02/VID-20220227-WA0006-1.mp4
https://ପୁରୀ.ଭାରତ/wp-content/uploads/2022/02/VID-20220227-WA0010.mp4

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିଜୟ କୁମାର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସୁଧାକର ମହାପାତ୍ର,ଶ୍ରୀ ଗଙ୍ଗାଧର ଦାଶ, ଶ୍ରୀ ଜଗନ୍ନାଥ ବାରିକ ପ୍ରମୁଖ ଆଲୋଚନାରେ ଭାଗନେଇ ହରିହରଙ୍କ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ଶିବ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ନବକିଶୋର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ମାନସ ରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ପୁରୀ ଜିଲ୍ଲା ସ୍କୁଲର ଛାତ୍ରୀ ସୁଶ୍ରୀ ସଙ୍ଘମିତ୍ର‍ା ବେହେରା, ସୁଶ୍ରୀ ଶୁଭ୍ରା ସାଲୋନୀ ସେଠୀ, ସୁଶ୍ରୀ ସେଲିନା ସେଠୀ ଏବଂ ଶ୍ରୀ ରାମଚନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସାଇ ଇପସିତା ପାଢୀ, ସୁଶ୍ରୀ ସନ୍ତୋଷୀ ଦାଶଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version