ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା : ୪ ଜଣ ଜେଟିପିଙ୍କୁ ପଚରାଉଚରା

ପୁରୀ, ୪।୪ :ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ମିଳିଛି କାରଣ ଦର୍ଶାଅ ନୋଟିସ୍ । ୪ ଜଣ ଜେଟିପିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେଉଁ ପରସ୍ଥିତିରେ ଏଭଳି ହେଲା ତାର ଉତ୍ତର ଦେବା ପାଇଁ ଜେଟିପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪ ଜଣ ଯାକ ଜେଟିପି ରାତି ୧୦ଟାରୁ ସକାଳ ୬ଟା ଯାଏଁ ଡ୍ୟୁଟିରେ ରହିଥିଲେ । ରାତି ୧.୦୦ ସମୟରେ ଏହି ଘଟଣା ଘଟିଥିବା ନେଇ ସିସିଟିଭିରୁ ସ୍ପଷ୍ଟ ହୋଇଛି ।ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିବା ଘଟଣା ପରେ ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ ବଂଶଲ ପୁରୀରେ ପହଞ୍ଚିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ରୋଷ ଘରକୁ ମୁଖ୍ୟ ଶାସନ ସଚିବ ଓ ଡିଜିପି ଯାଇ ଅନୁଧ୍ୟାନ  କରିଛନ୍ତି।  ରୋଷ ଘର ଭଙ୍ଗାଯିବା ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠିତ ହୋଇଛି। ଏଥିସହ  ଅଚଳ ଥିବା ସମସ୍ତ ସିସିଟିଭି ସଚଳ କରିବାକୁ ନିର୍ଦେଶ ଦେଇଛନ୍ତି। ଆଗକୁ ଏହି ସୁରକ୍ଷା ବ୍ୟବସ୍ଥା ଓଡିଶା ପୋଲିସର ରହିବ ବୋଲି ସୂଚନା ଦେଇଛନ୍ତି। ରାତିରେ କେହି ଦୁର୍ବୃତ୍ତ ଭାଙ୍ଗିଛନ୍ତି ଚୁଲି। ସବୁ ସିସିଟିଭି ଫୁଟେଜର ହେବ ଯାଞ୍ଚ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।୪ ଜଣ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟ୍ୟମଣ୍ଡପ ଦାୟିତ୍ୱରେ ରହିଥିଲେ । ଅନ୍ୟପକ୍ଷରେ ବାକି ୩ ଜଣ ଜେଟିପି ସନ୍ଦିଗ୍ଧ ମାନଙ୍କୁ ବାହାରକୁ ଆଣି ଛାଡିଥିବା ସିସିଟିଭିରେ ସ୍ପଷ୍ଟ ହୋଇଛି । ୪ ଜଣ ଯାକ ଜେଟିପିଙ୍କୁ ସିଂହଦ୍ୱାର ପୋଲିସ ପକ୍ଷରୁ ପଚରା ଉଚୁରା କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅପରାଧୀ ଧରା ପଡିବେ ବୋଲି କୁହାଯାଇଛି ।

Exit mobile version