ରାଜଗାଙ୍ଗପୁର ରେ ଭାଜପାର ପ୍ରସ୍ତୁତି ବୈଠକ

ରାଜଗାଙ୍ଗପୁର, ୩/୩: ଆଜି ରାଜଗାଙ୍ଗପୁର ମାରୱାଡି ଧର୍ମଶାଳା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଆଗାମୀ ପୌର ନିର୍ବାଚନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସୁନ୍ଦରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ସଫଳ ହେବାର ମନ୍ତ୍ର କର୍ମୀ ମାନଙ୍କୁ ଦେଇଥିଲେ ।

IMG 20220303 WA0012

ରାଜଗାଙ୍ଗପୁର ଭାଜପା ର ପୁରୁଣା ଗଡ଼ ହୋଇଥିବାରୁ ଏଠାରେ ଦଳର ସଂଘଠନ ମଜବୁତ ଅଛି ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଆସୁଥିବା ପୌର ନିର୍ବାଚନକୁ ଯିବାକୁ ଶ୍ରୀଯୁକ୍ତ ଓରାମ ଆହ୍ୱାନ ଦେଇଥିଲେ ।

ଏହି ବୈଠକ ରେ ବରିଷ୍ଠ ନେତା ଶ୍ରୀ ଉପେନ୍ଦ୍ର ପ୍ରଧାନ, ଗତ ଥର ରାଜଗାଙ୍ଗପୁରରୁ ଭାଜପା ବିଧାୟକ ପ୍ରାର୍ଥୀ ଥିବା ଶ୍ରୀ ନରସିଂହ ମିଞ୍ଜ, ବରିଷ୍ଠ ନେତା ଶ୍ରୀ କୁଲଦୀପ ସିଂ, ଶ୍ରୀ ମହେନ୍ଦ୍ର ମାଝୀ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ବଟ କିଶୋର ମିଶ୍ର, ମଣ୍ଡଳ ସଭାପତି ଶ୍ରୀ ଶଙ୍କର ସିଂ, ଶ୍ରୀମତୀ ଶସିରେଖା ସମାଲ, ଶ୍ରୀମତୀ ମଧୁସ୍ମିତା ରାଉତ, ଶ୍ରୀମତୀ ସୁଭଦ୍ରା ରାଉତ ତଥା ଅନ୍ୟ ବରିଷ୍ଠ ନେତା ଓ ବହୁ କର୍ମୀ ଯୋଗଦେଇଥିଲେ ।

Exit mobile version