ବିଦେଶରେ ‘ଭୂମିପୁତ୍ର’ ବଢାଉଛି ଆଦର

ପୁରୀ,୧୩/୦୨: ବିଶ୍ୱବାସୀଙ୍କ ନିକଟରେ ବିଜୁଙ୍କ ବୀରତ୍ୱର ଗାଥା ବଖାଣିବାକୁ ପ୍ରଥମକରି ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଉଛି ଏକ ନିଶୁଳ୍କ ଖେଳ ‘ଭୂମିପୁତ୍ର’। ଏହି ଖେଳରେ ଜାକର୍ତ୍ତା କଲିଂ, ବାଲି ଯାତ୍ରା ଓ ଭୂମିପୁତ୍ର ନାମକ ୩ଟି ପର୍ଯ୍ୟାୟ ରହିଛି। ପ୍ରତି ପର୍ଯ୍ୟାୟ କଠିନରୁ କଠିନତର ହୋଇଯିବ ଓ ଏହା ମଧ୍ୟରେ ଆଧୁନିକ ଅସ୍ତ୍ରଶସ୍ତ୍ର ଦେଖିବାକୁ ମିଳିବ।  ବିଶ୍ୱବାସୀଙ୍କ ନିକଟରେ ବିଜୁଙ୍କ ବୀରତ୍ୱର ଗାଥା ବଖାଣିବାକୁ ପ୍ରଥମକରି ଓଡ଼ିଶାରେ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେଉଛି ଏକ ନିଶୁଳ୍କ ଖେଳ ‘ଭୂମିପୁତ୍ର’।। ଏଥିରେ ଅସ୍ତରଙ୍ଗର ଇଞ୍ଜିନିୟରିଂ ଛାତ୍ରଙ୍କ ପ୍ରମୁଖ ଭୂମିକା ରହିଛି। ଷ୍ଟାର୍ଟଅପ୍‌ର ମୁଖ୍ୟ ଦୀପେଶ ଗୌରଭ, ଗେମ୍ ଟିମର ସଦସ୍ୟ ରବିଶଙ୍କର ଦାଶ, ସ୍ୱରୂପାନନ୍ଦ ଜେନା, ଶିଭମ୍ ଝା, ସୋନୁ ଦୟାଲ, ରୋହିତ ସିଂ, ମୁକୁନ୍ଦ, ଅଙ୍କିତ୍, ଅଫରିନ୍ ଖାଁ, ଓମ୍ ଶର୍ମା, ବୈଷ୍ଣବୀ ଓ ଭାରତର ବିଭିନ୍ନ ଅଞ୍ଚଳରୁ ୧୫ରୁ ଊର୍ଦ୍ଧ୍ବ ଇଞ୍ଜିନିୟରିଂ ଛାତ୍ର ବିନା କୌଣସି ବୈଷୟିକ ସହାୟତାରେ ଏହାକୁ ତିଆରି କରୁଛନ୍ତି। ଏହି ଗେମଟିର ଟ୍ରେଲର୍ ୫ ଫେବୃଆରୀରେ ୟୁଟ୍ୟୁବରେ ଅପଲୋଡ ହୋଇଥିଲା l ଯାହାକୁ ଏପର୍ଯ୍ୟନ୍ତ ଅନେକ ଲୋକ ପସନ୍ଦ କରିଛନ୍ତି। ଷ୍ଟାର୍ଟଅପର ମୁଖ୍ୟ ଉଦେଶ୍ୟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଖେଳଟିକୁ ଖେଳିବା ସହିତ ଓଡ଼ିଶାର ଗୌରବମୟ ଇତିହାସକୁ ମନେ ରଖିବା। ବିଜୁବାବୁଙ୍କ ୧୦୭ ତମ ଜନ୍ମ ଦିବସ ମାର୍ଚ୍ଚ ୫ରେ ସର୍ବସାଧରଣଙ୍କ ପାଇଁ ‘gauravgo.com’ରେ ଉପଲବ୍ଧ ହେବ। ଏହି ଗେମଟିକୁ ଉଭୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନରେ ଖେଳିହେବ।

Exit mobile version