
ମାଲକାନଗିରି, ୧୯।୦୩ :ମାଲକାନଗିରି ଜିଲ୍ଲାରେ ପୌର ନିର୍ବାଚନ ସରଗରମ ମୋଡ଼ରେ। ଜିଲ୍ଲାର ଏକମାତ୍ର ପୌରପାଳିକାର ପ୍ରାର୍ଥୀପତ୍ର ଦାଖଲ ପରେପରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଭୋଟ ହାତେଇବାକୁ ଜୋରଦାର ପ୍ରୟାସ ଚାଲିଛି। ପ୍ରଚାରରେ କେତେବେଳେ କଂଗ୍ରେସ ଅଗୁଆତ କେତେବେଳେ ବିଜେଡି। ଦୁଇ ପ୍ରାର୍ଥୀ ଏକକୁ ଆରେକ। କଂଗ୍ରେସ ପ୍ରାର୍ଥୀ ସମାଜସେବୀ ତ ବିଜେଡି ପ୍ରାର୍ଥୀ ଅଭିଜ୍ଞ ରାଜନୀତିଜ୍ଞ। ବିଜେଡି ଦଳ ବହୁ ବିଚାର ବିମର୍ଷ ପରେ, ଅଭିଜ୍ଞ ରାଜନୀତିଜ୍ଞ ମନୋଜ ବାରିକ (ଭାନୁ)ଙ୍କୁ ଚେୟାରମ୍ୟାନ ପ୍ରାର୍ଥୀ କରିଛି। ମନୋଜ ବାରିକ ଲଗାତର ଭାବେ ଦୁଇଥର ବିଜେଡ଼ି ପକ୍ଷରୁ କାଉନସିଲର ଭାବେ ଜିତିବା ସହ ଗତଥର ଭାଇସଚେୟାରମ୍ୟାନ ପଦରେ ଥିଲେ। ଏଇଟା ତାଙ୍କର ପୁଞ୍ଜି। କ୍ରମାଗତ ଭାବେ ଦଶବର୍ଷ ଧରି ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସମସ୍ୟା ସହିତ ଜଡିତ ଥିବା ସହ ଶାସକ ଦଳର ପ୍ରାର୍ଥୀ ହେଇଥିବାରୁ, ମନୋଜ ବାରିକଙ୍କ ସ୍ଥିତି ଭଲ। ଏଥର କିନ୍ତୁ ନିର୍ବାଚନ ପ୍ରଚାରର ଶୈଳୀ ବଦଳି ଯାଇଛି। ଅଗଭଳି କେବଳ ଡ଼ାକବାଜି ଯନ୍ତ୍ର ସହିତ ପୋଷ୍ଟର ବ୍ୟାନରରେ ପ୍ରଚାର ହେଉନାହିଁ। ପଞ୍ଚାୟତ ନିର୍ବାଚନରେ ବିଜେଡି ସମ୍ପୂର୍ଣ୍ଣ ଜିଲ୍ଲାକୁ କବ୍ଜା କରିପାରିଥିବାରୁ ପୌର ନିର୍ବାଚନର ଫଳାଫଳ ହାତେଇବାକୁ ପ୍ରାଣପଣେ ଉଦ୍ୟମ କରୁଛି। ଅନ୍ୟ ଦଳଠୁ ନିଜର ପ୍ରଚାର ଶୈଳୀ ଭିନ୍ନ କରିବାକୁ ଆଜି ରୋଡ଼ ସୋ ରେ ଓଡ଼ିଆ ସିନେମାର ହିରୋଇନଙ୍କୁ ସାମିଲ କରିବା ମୁଖ୍ୟ ଆକର୍ଷଣ ଥିଲା। ଆଜିର ରୋଡ଼ ସୋ ରେ ସିନେମା ଅଭିନେତ୍ରୀ ରିୟା ଦେ ଙ୍କ ସହ ପ୍ରାର୍ଥୀ ମନୋଜ ଏବଂ ବାବୁଲା ସାହୁ ଏକ ଖୋଲା ଜିପରେ ଗଲିଗଲି ବୁଲି ପ୍ରଚାର କରିବା କୌଣସି ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ପ୍ରଚାରଶୈଳୀ ଠାରୁ କମ ନଥିଲା। ପ୍ରଚାର ଦେଖିବାକୁ ଲୋକଙ୍କ ଭିତରେ ଠେଲାପେଲା। କିନ୍ତୁ ଏସବୁ ଭୋଟ ଗଣିତରେ କେତେ ରୂପାନ୍ତରିତ ହେବ ଗଣତିରୁ ହିଁ ଜଣାପଡିବ। freeslots dinogame telegram营销