ବର ବେଶରେ ଆସିଲେ ରାଜକୁମାର ଆଦିତ୍ୟ

ପୁରୀ,୯/୨:ବର ବେଶରେ ଆସିଲେ ରାଜକୁମାର ଆଦିତ୍ୟ । ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି।ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ :ରାଜକୁମାର ଆଦିତ୍ୟ କେହେରଙ୍କୁ ଦେବେଶୀ ବିବାହ କରିବେ। ବାହାଘର ପାଇଁ ବ୍ୟାପକ ଆୟୋଜନ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେଉଛି। କୋଭିଡ୍ ପାଇଁ ଯଦିଓ ଏତେଟା ଆଡ଼ମ୍ବର ସହକାରେ ବିବାହ କାର୍ଯ୍ୟ ଆୟୋଜନ କରାଯାନାହିଁ। ତେବେ ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର ଓ ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରଠାରେ ବିବାହ ଭୋଜିର ଆୟୋଜନ କରାଯାଇଛି। ଆଜି ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଆଉ, ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଭୋଜିର ଆୟୋଜନ କରାଯାଇଛି। କିନ୍ତୁ ବିବାହ କାର୍ଯ୍ୟ ଶ୍ରୀନଅରରେ ଆୟୋଜନ କରାଯାଇଥିବା ଜଣାପଡ଼ିଛି।

Exit mobile version