
ପାରାଦୀପ,୧୮/୦୨: ‘ଏମ୍ଭି ମିନେରାଲ୍ ଟେମ୍ସେ’ ନାମକ ଏକ ବୃହତ ଜାହାଜ ଗୁରୁବାର ଆସି ପାରାଦୀପ ବନ୍ଦରର ସିକ୍ୟୁ-୧ ବର୍ଥରେ ପହଞ୍ଚିଛି । ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ ଟନ୍ ବିଶିଷ୍ଟ ଏହି ଜାହାଜ ବନ୍ଦରର ବଥ-୧ ରେ ଲାଗିଛି। ଜାହାଜର ଲମ୍ବ ୨୯୨ ମିଟର ଓ ପ୍ରସ୍ଥ ୪୫ ମିଟର ବୋଲି ସୂଚନା ମିଳିଛି। ଏହି ଜାହାଜରେ ୟୁଏଇର ମୀନାସାକର ପୋର୍ଟରୁ ଲାଇମଷ୍ଟୋନ ଓ ପାଓରେକ୍ସନାଇଟ୍ ବୋଝେଇ ହୋଇ ଆସିଛି।ପାରାଦୀପ ବନ୍ଦରରେ କାର୍ଯ୍ୟରତ ଷ୍ଟିଭେଡୋୟର୍ସ କମ୍ପାନି ସିୱେଜ୍ ଏହାର ପଣ୍ୟ ଉତ୍ତୋଳନ ଦାୟିତ୍ବ ନେଇଛି।ଏଭଳି ବଡ଼ ଜାହାଜ ପୂର୍ବରୁ କେବେ ପାରାଦୀପକୁ ଆସି ନଥିବା କୁହାଯାଉଥିବା ବେଳେ ବନ୍ଦର ଇତିହାସରେ ଏହା ସବୁଠୁ ବଡ଼ ଜାହାଜ ବୋଲି ସୂଚନା ମିଳିଛି । ପୂର୍ବରୁ ପାରାଦୀପକୁ ୨୦୧୭ ନଭେମ୍ବର ୬ରେ ଏକ ଜାହାଜ ୧ ଲକ୍ଷ ୧୮ ହଜାର ମେଟ୍ରିକ୍ ଟନ୍ ବିଶିଷ୍ଟ ଜାହାଜ ଏମ୍.ଭି ଉର୍ଜା ଲାଗିଥିଲା , ଯାହାକି ଏଠାକୁ ଆସିଥିବା ସବୁଠୁ ବଡ଼ ଜାହାଜ ଥିଲା । ହେଲେ ଗୁରୁବାର ପହଞ୍ଚିଥିବା ଜାହାଜ ପୂର୍ବ ଜାହାଜର ରେକର୍ଡ ଭାଙ୍ଗିଛି । freeslots dinogame telegram营销