ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଶାହବାଜ ସରିଫଙ୍କ ଚିଠି

image source :gulf today

ନୂଆଦିଲ୍ଲୀ,୧୮/୦୪:   ଦୁଇ ଦେଶ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜର ଭାରତୀୟ ସମକକ୍ଷ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି ।   ଚିଠିରେ ସରିଫ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଆରମ୍ଭ କରିବାକୁ କହିଥିବା ଜଣାଯାଇଛି। କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ସରିଫଙ୍କୁ ମୋଦୀ ଅଭିନନ୍ଦନ ଜଣାଇଥିଲେ। ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା ପରେ ସରିଫ ଧନ୍ୟବାଦ ଜଣାଇବା ସହିତ ଭାରତ ସହିତ ଗଠନମୂଳକ ସମ୍ପର୍କ ସ୍ଥାପନ ପାଇଁ ଆଶାବ୍ୟକ୍ତ କରିଥିଲେ। ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ଜବାବରେ ସରିଫ କହିଥିଲେ କି ପାକିସ୍ତାନ , ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଯୋଗାତ୍ମକ ସମ୍ୱନ୍ଧ ଚାହୁଁଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି , ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଯୋଗାତ୍ମକ ସମ୍ୱନ୍ଧ ପାଇଁ ଆଗ୍ରହୀ । ଜମ୍ମୁ କଶ୍ମୀର ସହ ଅନ୍ୟ ବିବାଦର ଶାନ୍ତି ପୂର୍ଣ୍ଣ ସମାଧାନ ଅପରିହାର୍ଯ୍ୟ ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version