ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ୨୭ଜଣଙ୍କର ଶୁଣାଣି

ଫୁଲବାଣୀ ୧୮।୦୪: ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ।ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଥିଲା  । ଶୁଣାଣି ବେଳେ ଜିଲାପାଳ ଡା. ଵୃନ୍ଦା ଡି., ଏସ ପି. ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ, ଉପ ଜିଲାପାଳ ଶେଷ ଦେବ ମିଶ୍ର, ପ୍ରମୁଖଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ପ୍ରାୟ ୨୭ ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା  ।  

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply

Exit mobile version