ଆସୁଛି ଏକ ଲଘୁଚାପ

ଭୁବନେଶ୍ୱର ୦୩/୦୪ :  ଆସୁଛି  ଆଉ ଏକ ଲଘୁଚାପ । ଆସନ୍ତା ୬ ତାରିଖ ବେଳକୁ ଏହା ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟର ସୂତ୍ରପାତ ହେବ ବୋଲି ଅନୁମାନ କରାଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ବଙ୍ଗୋପସାଗରର ଜଳୀୟ ବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନ ମେଘାଚ୍ଛନ୍ନ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।ଉପକୂଳ ଓଡ଼ିଶାରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ଥଣ୍ଡା ବାୟୁ ପ୍ରଭାବରେ ଆଜି ଅନେକ ସ୍ଥାନରେ ପାଗ ମେଘୁଆ ଥିବା ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version